Page:Amari jatir agua neta.pdf/17

This page has been proofread.

ମନ୍ଦିରତ ଯାଇଥିଲା।ରାଜାଙ୍କ ଚଳିବା ପାଇଁ କିଛି ଭତା କେବଳ ଖଜ୍ଞ ଦିଆଗଲା। ଗଜପତି ରାଜା ପୁଣି ନିଜେ ଚଳିବା ପାଇଁ ଇଂରେଜମାନଙ୍କ ହାତ ଟେକାକୁ ଚାହଁ ରହିଲେ।

ଇଂରେଜ ସରକାର ତିନି ଚାରି ବର୍ଷରେ କମି ବନ୍ଦବସ୍ତ କରି ଖଜଣା ବଢାଇବାରେ ଲାଗିଲେ।ଦିନ କୁ ଦିନ ଏହାର ଭାର ଅସମ୍ଭାଳ ହେଲା। ଆଗରୁତ ରାଜା ଖାଜଣା ନେଉ ନଥିଲେ । ଏବେ ଖଜଣା ଭାର ବଢିବାରୁ ଲୋକଙ୍କୁ ବାଧିଲା । ଅନେକ ଜମିଦାରଙ୍କ ଜମିଦାରୀ ମଧ୍ୟ ଖଜନା ନଦେଇପାରିବାରୁ ନିଲାମ୍ ହେଲା। ସାଧାରଣ ଲୋକମାନାନମଙ୍କଠାରୁ ରାଜା ଜମିଦାର ଯାଏ ସମସ୍ତେ ବଡ ହଇରାଣ ହରକତ ହେଲେ। ସେମାନଙ୍କ ମନରେ ବିଦ୍ରୋହର ନିଆଁ ଜଳିବାରେ ଲାଗିଲା।

ଲୋକଙ୍କ ମନରେ ଯେଉଁ ନିଆଁ କୁହୁଳୁ ଥିଲା, ତାହା ୧୮୧୭ ମସିହାରେ ହୁତ୍ କରି ଜଳି ଉଠିଲା। ଓଡିଆ ପାଇକମାଙ୍କର ବିର ରକ୍ତ ଟକ୍ ଟକ୍ କରି ଫୁତିଲା। ସେମାନଙ୍କର ନେତା ହେଲେ ଖୋର୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର। ରାଜାଙ୍କ ସେନାପତିଙ୍କୁ ବକ୍ସି କୁହା ଯାଉଥିଲା। ଯୁଗ ଯୁଗ ଧରି ଯେଉଁ ସେନାପତି ପାଇକ ସେନାଙ୍କର ନେତୃତ୍ୱ