Page:Amari jatir agua neta.pdf/47

This page has been proofread.

ପିଲାଏ ଭୋକ ଉପାସେ ପଡିଛନ୍ତି।ସେମାନେ କନ୍ଦାକଟା କରିବାରୁ ଆଜି ଯାଉଛି ତାପଙ୍ଗ ଦଳବେହେରାଙ୍କ ପାଖକୁ।ମୋର ଦୁଃଖ ଜଣାଇବି।ସେ ନିଶ୍ଚେ ମୋର ସାହା ହାବେ। ନିଜ ଅଖି ଦୁଇଟିକୁ ପୋଛି ଲୋକଟି ଉତ୍ତର ଦେଲା‌-ଚାଲ,ମୁଁ ବାଟ ବତାଏ ଦେବି। ସେମାନେ ସାଥି ହୋଇ ଖୋରଧାକୁ ଗଲେ।କୋଟରେ ପଶି ହାକିମଙ୍କୁ ସେ ଦାଢିଆ ଲୋକଟି କହିଲା- ମୁଁ ହେଉଛି ତାପଙ୍ଗ ଦଳବେହେରା।ଆପଣ ଏଇ ଗରିବ ମାଛଧରାଳିକୁ ପୁରସ୍କାର ଦିଅନ୍ତୁ।ସେ ମୋତେ ଆପଣଙ୍କୁ ଧରାଇ ଦେଇଛି। ଏହା ଶୁଣି ମାଛଧରାଳି କହିଲା-ଆଜ୍ଞା,ମୋର ଏଇ ପୁରସ୍କାର ଲୋଡା ନାହିଁ।ମୋର ଭୁଲ ହୋଇଛି।ମୁଁ ଅପରାଧୀ,ମୋତେ କ୍ଷମା ଦିଅନ୍ତୁ। ଗୋରା ହାକିମ ଦଳଦେହେରାଙ୍କ ଏମିତି ଏମିତି ଦୟା ଓ ସହାନୁଭୁତି ଦେଖି ଅବାକ୍!