ତଳଜଃର ମୁଠାରହ(?) ଧିଲା(?)ସୁଦୁପାକଗ୍ରାମ ଏ ଧର୍ମ କିରତିମାନ ଜେ ହରି ସେ
ଦୋସପାଇ ଃମୃତ ମଣୋହିରେ ବିସ ଦେଲା ପାତକେ ପାଇ( ।)
ଏପରିକି ବର୍ତ୍ତମାନର ଭାଷା ଓ ଲିପିକୁ ନେଇ ଓଡ଼ିଅାଭାଷାରେ ରଚିତ ଏ ପର୍ଯ୍ୟନ୍ତ ଆବିଷ୍କୃତ ପ୍ରାଚୀନ ସାହିତ୍ୟ “ବୌଦ୍ଧଗାନ ଓ ଦୋହା”ର ଭାଷାଠାରୁ ପଞ୍ଚଦଶ ଶତାବ୍ଦୀରେ ସାରଳାଦାସଙ୍କ ରଚିତ ‘ମହାଭାରତ’ର ଭାଷା ଏବଂ ଷୋଡ଼ଶ ଶତାବ୍ଦୀରେ ରଚିତ ଜଗନ୍ନାଥ ଦାସଙ୍କ ‘ଭାଗବତ’ର ଭାଷାରେ ଏହି ବିକାଶର ସୂଚନା ଦୃଷ୍ଟିଗୋଚର ହୁଏ । ସେହିପରି ଊନବିଂଶ ଶତାବ୍ଦୀରେ ପ୍ରଚଳିତ ଓଡ଼ିଆଭାଷା ବିଂଶ ଶତାବ୍ଦୀରେ ପ୍ରଚଳିତ ଓଡ଼ିଆଭାଷାର ଭିନ୍ନତା-ଏହି ବିକଶିତ ପର୍ଯ୍ୟାୟକୁ ଆମେ ଅବଲୋକନ କରିପାରିବା ।
ଭାଷାର ଏହି କ୍ରମ-ପରିବର୍ତ୍ତନଶୀଳ ରୂପ ହିଁ ପ୍ରମାଣ କରିଥାଏ ଓଡ଼ିଅାଭାଷା ପାଲି
ଭାଷାର ବିକଶିତ ରୂପ । ଯାହା ଔଡ୍ରୀବିଭାଷା ମଧ୍ୟଦେଇ ଗତିକରି ବର୍ତ୍ତମାନ ଅବସ୍ଥାରେ
ପହଞ୍ଚିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲିଖନ ଏକ କଳା ହୋଇଥିବାରୁ ତଥା ଉଭୟ
ଚିତ୍ର ଓ ଲିଖନ କଳାରେ ସମୁଦାୟ ଓଡ଼ିଆଜାତି ଅଭ୍ୟସ୍ତ ଥିବାରୁ ଚିତ୍ରକଳା ନିହାଣ ମୁନରେ
ବିରାଟ ପଥରଦେହରେ ଅଙ୍କନ କରିଥିବାବେଳେ ଲିଖନକଳା ଲୁହାର ଲେଖନୀ ମାଧ୍ୟମରେ
ବହୁଦିନ ପର୍ଯ୍ୟନ୍ତ ସୁରକ୍ଷିତ ହୋଇରହିପାରୁଥିବା ତାଳପତ୍ରରେ ଲେଖିଚାଲିଥିଲେ ଅଜସ୍ର
କାବ୍ୟ ସମ୍ଭାର- ନିଜ ଅନୁଭବ ଓ କଳ୍ପନାର ଫେଣ୍ଟିଫେଣ୍ଟି ରୂପେ । ଏହା କେବଳ ତତ୍କାଳୀନ
ଲୋକଭାଷାରେ ନୁହେଁ ବରଂ ରାଜଭାଷା ସଂସ୍କୃତରେ ମଧ୍ୟ ଲେଖାଯାଉଥିଲା । ଯାହାକି
ଓଡ଼ିଆ ଜାତୀୟଜୀବନର ଏକ ପ୍ରମୁଖଅଙ୍ଗ ଭାବରେ ଏ ପର୍ଯ୍ୟନ୍ତ ଆମ ସମାଜରେ ଚଳି
ଆସୁଛି । ଅଥଚ ଏହି ପରମ୍ପରା ଅନ୍ୟ କୌଣସିଜାତିଠାରେ ଦେଖିବାକୁ ମିଳେନାହିଁ । ଯେତେ
ସଂଖ୍ୟକ ତାଳପତ୍ରପୋଥି ଓଡ଼ିଶାରୁ ମିଳିଛି ତାହା ଅନ୍ୟ କୌଣସି ରାଜ୍ୟରୁ ମିଳିନାହିଁ ।
ଲେଖନୀରେ ତାଳପତ୍ରର ପ୍ରଚୁର ପ୍ରୟୋଗ ଯୋଗୁଁ ଏହା ଗୋଲାକାର ରୂପଧାରଣ କରିଛି ।
ପୁଣି ଓଡ଼ିଆଭାଷାରେ ଯେଉଁ ବିପୁଳ ଶବ୍ଦଭଣ୍ଡାର ଦେଖିବାକୁ ମିଳେ, ସେଥିରେ
ସଂସ୍କୃତ ଭଳି ପାଲି ଶବ୍ଦପୁଞ୍ଜ ଅଧିକ ପରିମାଣରେ ରହି ଓଡ଼ିଆଭାଷାର ମୌଳିକତାକୁ ଅନ୍ୟ
ସଂସ୍କୃତଜ ଭାରତୀୟଭାଷାଠାରୁ ଅକ୍ଷୁଣ୍ଣ ରଖିଛି । ବୋଧହୁଏ ଏହି ପ୍ରକ୍ରିୟାକୁ ଲକ୍ଷ୍ୟକରି
ଓଡ଼ିଆଭାଷାର ସ୍ୱାତନ୍ତ୍ର୍ୟ ଓ ପ୍ରାଚୀନତାକୁ ବଙ୍ଗାଳୀପଣ୍ଡିତମାନେ ବାଧ୍ୟହୋଇ ଗ୍ରହଣ କରିଥିଲେ । ତେଣୁ ଓଡ଼ିଆଭାଷାର ଜନନୀ ସଂସ୍କୃତ ନୁହେଁ, ପାଲି । ଏଠାରେ ପ୍ରଶ୍ନ ଉଠେ ପାଲିରୁ ଯଦି
ଓଡ଼ିଆ ଭାଷାର ଜନ୍ମ, ତେବେ ପାଲି ପରେ ଓଡ଼ିଆର ଅସ୍ତିତ୍ୱ ଅବଲୋକନ କରିବାକୁ ଏକ
ସହସ୍ରବର୍ଷ ଅପେକ୍ଷା କରିବାକୁ ପଡ଼ିଲା କାହିଁକି? କାହିଁକି ଏ ସମୟ ମଧ୍ୟରେ ଅସଂଖ୍ୟ
ବିଖ୍ୟାତ ସଂସ୍କୃତକବିଙ୍କ ଆର୍ବିଭାବ ଓଡ଼ିଶାମାଟିରେ ଘଟିଲା?
ଏହାର ଏକମାତ୍ର ଉତ୍ତର ହେବ ଆମର ଗବେଷଣା ଏ ପର୍ଯ୍ୟନ୍ତ ସେହି ସ୍ତରକୁ