Page:Kaunri Kamachandira dese.pdf/24

This page has been proofread.

ଚିତ୍ର

ଦିଆଯାଏ । ନୂଆ ଫସଲରୁ କିଛି କିଛି ସେଥିରେ ଫିଙ୍ଗି ପୂଜାରୁଜା କରାଯାଏ । ମଧୁର ବିହୁଗୀତ ଓ ନାଚରେ ଉଛୁଳି ଉଠେ ।

ବିହୁ ଗୀତ ଗୁଡ଼ିକରେ ଆସାମର ନଦି-ପାହାଡ଼, ତରୁ-ଲତା, ପଶୁ-ପକ୍ଷୀ, ଖାଦ୍ୟ-ପେୟ ଆଦି ସୁଖଦୁଃଖର କଥା ଥାଏ । ଲୋହିତ, ବ୍ରହ୍ମପୁତ୍ର ଆଦି ବଡ଼ ବଡ଼ ନଦୀକୁ ଏଥିରେ ଦେବଦେବୀ ଭାବରେ ବର୍ଣ୍ଣନା କରଯାଇଛି । ବଣପାହାଡ଼କୁ ବି ଦେବତା ଭାବରେ ଏହି ସବୁ ଗୀତରେ ଚିତ୍ରଣ କରାଯାଇଛି । ନାନାପ୍ରକାର ଭୋଜି ଭାତରେ ଲୋକମାନେ ମାତିଯା'ନ୍ତି ।


                              ୨୪