Page:Universal Declaration of Human Rights Oriya.pdf/3

This page has not been proofread.

କୌଣସି ପ୍ରକାର ଉତ୍ତେଜନା ଦିଆଯାଏ, ତାହାହେଲେ ସେହି ପାତରଅନ୍ତରମୂଳକ ବ୍ୟବସ୍ଥା ବିରୁଦ୍ଧରେ ଓ ଉତ୍ତେଜନା ବିରୁଦ୍ଧରେ ସମାନ ଭାବରେ ରକ୍ଷା ପାଇବାକୁ ସମସ୍ତେ ହକକାର ।

ଅନୁଚ୍ଛେଦ ୮
ସଂବିଧାନ ବା ଆଇନ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଯେଉଁ ମୌଳିକ ଅଧିକାର ଲାଭ କରିଅଛନ୍ତି, ତହିଁର ବିରୁଦ୍ଧାସକ କାର୍ଯ୍ୟ ବିରୁଦ୍ଧରେ କ୍ଷମତା ବିଶିଷ୍ଟ ଜାତୀୟ ଟି ବ୍ୟୁନାଲ (ବା ବିଚାରାଳୟ) ଠାରୁ ଫଳଦାୟକ ପ୍ରତିକାର ଲାଭ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କର ଅଧିକାର ଅଛି ।

ଅନୁଚ୍ଛେଦ ୯
କୌଣସି ବ୍ୟକ୍ତିକୁ ମେରୀ ରାୟ ନୀତିରେ ଗିରଫ କରାଯିବ ନାହିଁ, ଅଟକ କରାଯିବ ନାହିଁ ବା ନିର୍ବାସିତ କରାଯିବ ନାହିଁ ।

ଅନୁଚ୍ଛେଦ ୧୦
ପ୍ରତ୍ୟେକ ବ୍ୟକ୍ତିର ଅଧିକାର ଓ କର୍ତ୍ତବ୍ୟ ନିର୍ଦ୍ଧାରଣରେ ଏବଂ ତାହାର ବିରୁଦ୍ଧରେ ହେଉଥିବ କୌଣସି ଅପରାଧମୂଳକ ଅଭିଯୋଗ ବିଚାରରେ ସ୍ୱାଧୀନ ଓ ନିରପେକ୍ଷ ଟ୍ରିବ୍ୟୁନାଲ ତାଙ୍କ କଥାରୁ ଯେ ପ୍ରକାଶ ଶୁଣାଣି ଦେବେ, ଏ ବିଷୟରେ ତାଙ୍କର ହକ ଅଛି ।

ଅନୁଚ୍ଛେଦ ୧୧
୧. ଶାସ୍ତିମୂଳକ ଅପରାଧରେ ଅଭିଯୁକ୍ତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିର ଯେଉଁ ସାଧାରଣ ବିଚାରଳୟରେ ନିଜ ପକ୍ଷ ସମର୍ଥନ ଲାଗି ସମସ୍ତ ପ୍ରୟୋଜନୀୟ ନିଶ୍ଚିତତା ଥିବ, ସେହି ବିଚାରଳୟରେ ଆଇନ ଅନୁସାରେ ଦୋଷୀ ବୋଲି ପ୍ରମାଣିତ ନହେବା ପର୍ଯ୍ୟନ୍ତ ତାଙ୍କୁ ନିର୍ଦ୍ଦୋଷ ବୋଲି ବିଚାର କରାଯିବାର ଅଧିକାର ତାଙ୍କର ମଧ୍ୟ ଅଛି ।