Page:Universal Declaration of Human Rights Oriya.pdf/4

This page has been proofread.

୨. କୌଣସି କାର୍ଯ୍ୟ ବା ତ୍ରୁଟି କରାଯାଇଥିବା ସମୟରେ ସେହି କାର୍ଯ୍ୟ ବା ତ୍ରୁଟି ଯଦି ଶାସ୍ତିମୂଳକ ଅପରାଧ ହୋଇନଥାଏ, ତାହାଲେ ଜାତୀୟ ବା ଅନ୍ତର୍ଜାତୀୟ ଆଇନ ଅନୁସାରେ କୌଣସି ବ୍ୟକ୍ତିକୁ ସେହି କାର୍ଯ୍ୟ ବା ତ୍ରୁଟି ଯୋଗୁ ଶାସ୍ତିମୂଳକ ଅପରାଧରେ ଅପରାଧୀ ବୋଲି ଧରାଯିବ ନାହିଁ । ଶାସ୍ତିମୂଳକ ଅପରାଧ କରାଯାଇଥିବା ବେଳେ ଯେଉଁ ଦଣ୍ଡ ପ୍ରଯୁଯ୍ୟ ଥିଲା, ତାହା ଠାରୁ ସ୍ୱଳ୍ପତର ଦଣ୍ଡ ମଧ୍ୟ ଦିଆଯିବ ନାହିଁ ।

ଅନୁଚ୍ଛେଦ ୧୨
କୌଣସି ବ୍ୟକ୍ତିର ଗୋପନୀୟତା (ବା ଏକାନ୍ତ ସ୍ଥାନ), ପରିବାର, ଗୃହର ଚିଠିପତ୍ର ଆଦାନ ପ୍ରଦାନ ଉପରେ ମେରୀରାୟ ନୀତିରେ ହସ୍ତକ୍ଷେପ କରାଯିବ ନାହିଁ କିମ୍ୱା ତାର ମାନ ମର୍ଯ୍ୟାଦା ବା ଖ୍ୟାତି ଉପରେ ଆକ୍ରମଣ କରାଯିବ ନାହିଁ । ଉକ୍ତ ହସ୍ତକ୍ଷେପ ବା ଆକ୍ରମଣ ବିରୁଦ୍ଧରେ ଆଇନର ଆଶ୍ରୟ ପାଇବା ପାଇଁ ପ୍ରତ୍ୟେକଙ୍କର ଅଧିକାର ଅଛି ।

ଅନୁଚ୍ଛେଦ ୧୩
(୧) ପ୍ରତ୍ୟେକ ରାଜ୍ୟର ସୀମା ମଧ୍ୟରେ ଭ୍ରମଣ ଓ ବାସ କରିବାର ସ୍ୱାଧୀନତା ଭୋଗ କରିବାର ଅଧିକାର ପ୍ରତ୍ୟେକଙ୍କର ଅଛି ।
(୨) ନିଜ ଦେଶ ସମେତ ଯେକୌଣସି ଦେଶ ଛାଡ଼ିବାକୁ ଏବଂ ନିଜ ଦେଶକୁ ଫେରିଆସିବାକୁ ପ୍ରତ୍ୟେକଙ୍କର ଅଧିକାର ଅଛି ।

ଅନୁଚ୍ଛେଦ ୧୪
(୧) ଅତ୍ୟାଚାର ଯୋଗୁ ଅନ୍ୟ ଦେଶମାନଙ୍କରେ ଆଶ୍ରୟ ଖୋଜିବା ଓ ଆଶ୍ରୟ ଭୋଗକରିବାର ଅଧିକାର ପ୍ରତ୍ୟେକଙ୍କର ଅଛି ।
(୨) ଅରାଜନୈତିକ ଅପରାଧ ଯୋଗୁଁ ଯେଉଁ ମକଦମା ପ୍ରକୃତରେ ଦାଏର ହୋଇଥିବ କିମ୍ୱା ମିଳିତ ଜାତିର ଉଦ୍ଦେଶ୍ୟ ଓ ନୀତିବିବର୍ହିତ କାର୍ଯ୍ୟ ଯୋଗୁ ଯେଉଁ ମକଦ୍ଦମା ହେଉଥିବ, ସେହି ମକଦ୍ଦମାବେଳେ ଏହି ଅଧିକାର ଦାବି କରାଯାଇପାରିବ ନାହିଁ ।

ଅନୁଚ୍ଛେଦ ୧୫
(୧) ପ୍ରତ୍ୟେକଙ୍କର କୌଣସି ଏକ ଜାତୀୟତା ଦାବୀ କରିବା ଅଧିକାର ଅଛି ।
(୨) କୌଣସି ବ୍ଯକ୍ତି ତାର ଜାତୀୟତାରୁ ମେରୀରାୟ ନୀତିରେ ବଞ୍ଚିତ ହେବନାହିଁ କିମ୍ୱା ଜାତୀୟତା ପରିବର୍ତ୍ତନ କରିବା ଲାଗି ତାହାର ଯେଉଁ ଅଧିକାର ଅଛି, ସେ ଅଧିକାର ତାକୁ ନାସ୍ତି କରାଯିବ ନାହିଁ ।

ଅନୁଚ୍ଛେଦ ୧୬
(୧) ଜାତି, ଜାତୀୟତା ବା ଧର୍ମ ଘେନି କୌଣସି କଟକଣା ନଥାଇ ଦୟା ପ୍ରାପ୍ତ ନରନାରୀଙ୍କର ବିବାହ କରିବାର ଓ ପରିବାର ଗଠନ କରିବାର ଅଧିକାର ଅଛି । ବିବାହ କରିବାକୁ, ବିବାହ କାଳରେ ଏବଂ ବିବାହ ଉଚ୍ଛେଦ ସମୟରେ ସେମାନେ ସମାନ ଅଧିକାରରେ ହକଦାର ।
(୨) ବିବାହ କରିବାକୁ ଇଚ୍ଛୁକ ଥିବା ବର ଓ କନ୍ୟା ଉଭୟଙ୍କର ଅବାଧ ଓ ପୂର୍ଣ୍ଣ ସମ୍ମତିରେ କେବଳ ବିବାହ କରିପାରିବେ ।
(୩) ପରିବାର ସମାଜର ପ୍ରାକୃତିକ ଓ ମୌଳିକ ସମଷ୍ଟିଗତ ସଂସ୍ଥା ଅଟେ ଏବଂ ସମାଜ ଓ ରାଷ୍ଟ୍ରଦ୍ୱାରା ରକ୍ଷିତ ହେବାର ହକ ପରିବାରର ଅଛି ।

ଅନୁଚ୍ଛେଦ ୧୭
(୧) ଏକୁଟିଆ ଏବଂ ଅନ୍ୟମାନଙ୍କ ସହିତ ସମ୍ପତିର ମାଲିକ ହେବାର ଅଧିକାର ପ୍ରତ୍ୟେକଙ୍କର ଅଛି ।
(୨) କାହାରିକୁ ମେରୀରାୟ ନୀତିରେ ସମ୍ପତ୍ତିରୁ ବଞ୍ଚିତ କରାଯିବ ନାହିଁ ।